Latest Odisha News

BREAKING NEWS

ଶିଶୁମାନଙ୍କ ପାଇଁ ନିଜ ଘରକୁ ପ୍ରଥମେ ସୁରକ୍ଷିତ କରିବ: ଏମ୍‌ସର ଆହ୍ବାନ

ଭୁବନେଶ୍ବର:  ଶିଶୁମାନଙ୍କ ପାଇଁ ନିଜ ଘରକୁ ପ୍ରଥମେ ସୁରକ୍ଷିତ କରିବାକୁ ଆହ୍ବାନ  । ପେଡିଆଟ୍ରିକ୍‌ସ ସର୍ଜରୀ ସପ୍ତାହରେ ଶିଶୁ ସୁରକ୍ଷା ନେଇ ପିତା-ମାତାଙ୍କୁ ସଚେତନତାର ବାର୍ତ୍ତା ଦେଲେ ବିଶେଷଜ୍ଞ । ନିଜ ଘର ହେଉଛି ପ୍ରଥମ ସ୍ଥାନ, ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ।

ଅଧିକାଂଶ ସମୟରେ ପିତା-ମାତା ଏବଂ ଅଭିଭାବକମାନେ ଛୋଟ ଛୋଟ ଦିଗ ପ୍ରତି ଅବହେଳା କରିଥାଆନ୍ତି, ଯାହାକି ପରବର୍ତ୍ତୀ ସମୟରେ ଶିଶୁମାନଙ୍କ ପାଇଁ ବିପଦର କାରଣ ପାଲଟିଥାଏ । ସେହିପରି ବାହାରକୁ ବୁଲିଗଲା ବେଳେ ମଧ୍ୟ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ଏନେଇ ଛୁଆମାନଙ୍କୁ ସଡ଼କ ସୁରକ୍ଷା, ବିଦ୍ୟାଳୟରେ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ କଥା ଶିଖେଇବାକୁ ପଡ଼ିଥାଏ । ଏନେଇ ପିତା-ମାତା ଏବଂ ଅଭିଭାବକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଶିଶୁ ଶଲ୍ୟ ସପ୍ତାହ ପାଳନ ଅବସରରେ ଆଜି ଏମ୍‌ସ ଭୁବନେଶ୍ବରରେ ଶିଶୁ ଶଲ୍ୟ ବିଶେଷଜ୍ଞମାନେ ଉପସ୍ଥିତ ପିତା-ମାତା ଏବଂ ଅଭିଭାବକଙ୍କୁ ଏନେଇ ବିସ୍ତୃତ ସୂଚନା ଦେବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଶିଶୁ ଦିବସ ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ବେ‌ଳେ ଶିଶୁ ଶଲ୍ୟ ସପ୍ତାହ ପାଳନ ଅବସରରେ ଆଜି ଏମ୍‌ସ ଭୁବନେଶ୍ବର ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଚଳିତ ବର୍ଷର ଥିମ୍‌ ରହିଛି ଶିଶୁ ସୁରକ୍ଷା । ଏହି ବିଷୟ ଉପରେ ଏମ୍‌ସ ଭୁବନେଶ୍ବର ଅଧୀକ୍ଷକ ପ୍ରଫେସର ଡ. ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ ସମସ୍ତଙ୍କୁ ଉପାଦେୟ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ । ଏମ୍‌ସ ଭୁବନେଶ୍ବରରେ ଉପସ୍ଥିତ ଶିଶୁମାନଙ୍କୁ ନେଇ ଏକ କଲର ଫିଲିଙ୍ଗ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମ୍‌ସ ଭୁବନେଶ୍ବରକୁ ଆସିଥିବା ଛୋଟ ଛୋଟ ପିଲାମାନେ ଏଥିରେ ଆଗ୍ରହ ସହକାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.