Latest Odisha News

BREAKING NEWS

[ଭିଡ଼ିଓ] ରହସ୍ୟମୟୀ ଫୁଟନ୍ତା ତପ୍ତ ନଦୀ

ପେରୁ: ପ୍ରତିଦିନ ଆମ ସାମନାକୁ କିଛି ନା କିଛି ଅଦଭୁତ ଘଟଣା ଆସିଥାଏ । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ । ରହସ୍ୟମୟ ଦୁନଆରେ କିଛି ନା କିଛି ରହସ୍ୟମୟ ଘଟଣା ଘଟିଚାଲିଛି । କିଛି ଆମ ଜ୍ଞତ ସାରରେ ଥିବା ବେଳେ କିଛି ରହସ୍ୟ କେବଳ ରହସ୍ୟ ହୋଇ ରହିଛି ।
ସେମିତି ଆଜି ଏକ ରହସ୍ୟମୟୀ ନଦୀ ବିଷୟରେ ଜାଣିବା ।  ପେରୁରେ ଏକ ନଦୀ ଅଛି ଯାହାକି ବର୍ଷର ପ୍ରତ୍ୟେକ ଦିନ ୨୪ ଘଣ୍ଟା ଫୁଟୁଛି । ବଏଲିଙ୍ଗ ରିଭର ଭାବରେ ଜଣାଶୁଣା ଏହି ନଦୀ ପ୍ରାୟ ୭ କିଲୋମିଟର ଲମ୍ବ, ୮୦ ଫୁଟ ଚଉଡା , ତା’ପରେ ଗୋଟିଏ ଗୋଟିଏ ସ୍ଥାନରେ ଏହାର ଗଭୀରତା ୧୬ ଫୁଟ । ଆମାଜନର ଜଙ୍ଗଲ ମଧ୍ୟରେ ଏହି ନଦୀରେ ଲୁଣ ନଦୀ ଏବଂ ହଟ୍ ନଦୀ ନାମକ ଦୁଇଟି ନଦୀ ମିଳିତ ହୁଏ । ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକରେ ପହଞ୍ଚିଛି ।  ଫୁଟୁଥିବା ପାଣି ହେତୁ ଏଥିରେ ଯେଉଁ ପ୍ରାଣୀ ପଡ଼ିଯାଏ ସେ ମରିଯାଏ ।ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ନଦୀ ଚାରିପାଖରେ ଆଗ୍ନେୟଗିରି ନାହିଁ । ନଦୀର ଫୁଟୁଥିବା ପାଣି ପଛରେ କୌଣସି ଲାଭା କିମ୍ବା ଆଗ୍ନେୟଗିରି ନାହିଁ। ହେଲେ ବି ବର୍ଷ ସାରା ଏହି ନଦୀରେ ପାଣି ଫୁଟୁଥାଏ ।ନଦୀର ଜଳ ଗରମ । ହେଲେ କେଉଁ କାରଣରୁ ତାହା ଅନବରତ ଫୁଟୁଥାଏ ତାହା ବୈଜ୍ଞାନିକ ବି ଜାଣିବାରେ ଫେଲ୍ ମାରିଛନ୍ତି ।

Leave A Reply

Your email address will not be published.