Latest Odisha News

BREAKING NEWS

ଛତିଶଗଡ ଦେଶର ସବୁଠୁ ସ୍ବଚ୍ଛ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାରରେ ଇନ୍ଦୋରକୁ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଦେଶର ସ୍ବଚ୍ଛ ସହର ଭାବେ ସମ୍ମାନିତ କରାଯାଇଥିବାବେଳେ ଛତିଶଗଡ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛି।

‘ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର, ୨୦୨୧’ ର ‘ସ୍ବଚ୍ଛ ସହର’ ବର୍ଗର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ସୁରଟ ଏବଂ ବିଜୟୱାଡା ରହିଛି।

ବାରାଣସୀକୁ “ସ୍ୱଚ୍ଛ ଗଙ୍ଗା ସହର” ଭାବେ ବିଚାର କରାଯାଇଥିବାବେଳେ ବିହାରର ମୁଙ୍ଗର ଏବଂ ପାଟନା ଏହି ବର୍ଗରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଗତ ବର୍ଷ ମଧ୍ୟ ବାରାଣାସୀ ସମାନ ପୁରସ୍କାର ପାଇଥିଲା।

ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ର ସମୁଦାୟ ୯୨ ପୁରସ୍କାର ପାଇଛି, ଯାହାକି ସବୁ ରାଜ୍ୟ ମଧ୍ୟରେ ସର୍ବାଧିକ। ଏହାପରେ ଛତିଶଗଡ ୬୭ ଟି ପୁରସ୍କାର ପାଇଛି।

Comments are closed.