Latest Odisha News

BREAKING NEWS

ବଢିବ ଶୀତର ପ୍ରକୋପ; ଥରିବ ରାଜ୍ୟ

ଭୁବନେଶ୍ୱର: ୪୮ ଘଣ୍ଟା ପରେ ଓଡିଶାର ତାପମାତ୍ରା ହ୍ରାସ ପାଇବା ସହିତ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଦୁଇ ଦିନ ପରେ ରାଜ୍ୟରେ ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି।

ରାଜ୍ୟରେ କୁହୁଡ଼ି ପାଗ ଜାରି ରହିଥିବାରୁ ଆଗାମୀ ଦୁଇ ଦିନରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି କୁହାଯାଇଛି।

ସୋମବାର ଦିନ ଶୁଖିଲା ପାଗ ରହିବା ସହିତ ଦକ୍ଷିଣ ଓଡିଶା ଜିଲ୍ଲାର କିଛି ସ୍ଥାନରେ ଏବଂ ଉତ୍ତର ଉପକୂଳ ଓଡିଶା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Leave A Reply

Your email address will not be published.