Latest Odisha News

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼ କଲେ ୨୫କୁ ଅଧିକ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ୨୫କୁ ଅଧିକ ଯୁବକ ଘେରିଯାଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଏହି ଘଟଣା ଘଟିଛି । ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି । ତାଙ୍କ ନାଁ ଆଶିଷ କୁମାର ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ ଅଧିକ ଯୁବକ ଆଶିଷଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଚି । ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଆଶିଷ । ଅଭିଯୋଗ ପରେ ଘଟଣାସ୍ଥଳରେ ଯାଇ ଖୋଳତାଡ କରିଛି ପୋଲିସ । ଆକ୍ରମଣକାରୀଙ୍କୁ ଧରିବାକୁ ତନାଘନା ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.