Latest Odisha News

BREAKING NEWS

ଆଗକୁ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର: ଆଗକୁ ବଢ଼ିବ ଶୀତ । ଆସନ୍ତା ୨୭ତାରିଖରୁ ଉପକୂଳ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅଢ଼େଇ ଡ଼ିଗ୍ରୀ ସେଲସିୟସ୍ କମିଯିବ । ସେହିଭଳି କେନ୍ଦ୍ରୀୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଉପକୂଳ ଓଡ଼ିଶାରେ ଆଗାମୀ ୨୭ତାରିଖରୁ ୧ଡ଼ିଗ୍ରୀ ତାପମାତ୍ରା କମିବ । ୨୯ତାରିଖରେ ତାପମାତ୍ରା ୧ଡ଼ିଗ୍ରୀ ବଢ଼ିବ । ପରେ ଦୁଇ ଦିନ ଯାଏ ପାଗ ଅପରିବର୍ତ୍ତିତ ରହିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ହେଲେ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବନି । ଆଗାମୀ ଦିନରେ ମୁଖ୍ୟତଃ ପାଗ ଶୁଖିଲା ରହିବ । ୨୯ ଓ ୩୦ତାରିଖରେ ଦକ୍ଷିଣ ଉପକୂଳରେ ଆଂଶିକ ମେଘୁଆ ପାଗ ରହିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.