Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

କାନପୁର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । କାନପୁରରେ ଖେଳାଯିବ ମ୍ୟାଚ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଆଜିଙ୍କ୍ୟ ରାହାଣେ । ଓ୍ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ପରାଜୟର ବଦଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ ରୋହିତ ଶର୍ମା ଟିମରେ ନାହାନ୍ତି । ଲୋକେଶ ରାହୁଲ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ଆଜିର ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବେ ଶ୍ରେୟସ୍ ଆୟାର୍ । ଲୋକେଶ ରାହୁଲଙ୍କ ସ୍ଥାନରେ ତାଙ୍କ ଉପରେ ଭରସିଛନ୍ତି ରାହୁଲ ଦ୍ରାବିଡ ।

ଇନିଂସ ଓପନ୍ କରିବେ ଶୁଭମନ୍ ଗିଲ୍ ଓ ମୟଙ୍କ ଅଗ୍ରଓ୍ୱାଲ୍ । ମିଡିଲ୍ ଅର୍ଡର ସମ୍ଭାଳିବେ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟସ୍ ଆୟାର, ରିଦ୍ଧିମାନ ଶାହ । ଆଜିର ମ୍ୟାଚରେ ଦୁଇ ଜଣ ଫାଷ୍ଟ ବୋଲର ଓ ତିନି ଜଣ ସ୍ପିନରଙ୍କୁ ନେଇ ମୈଦାନାକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଆର୍. ଅଶ୍ୱିନ୍, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ସ୍ପିନ୍ ବିଭାଗ ସମ୍ଭାଳିବେ । ଫାଷ୍ଟ ବୋଲିଂ ଦାୟିତ୍ୱ ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ କାନ୍ଧରେ ରହିଛି ।

Leave A Reply

Your email address will not be published.