Latest Odisha News

BREAKING NEWS

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ସୋନପୁର

ସୋନପୁର :  ମୁଖ୍ୟମନ୍ତ୍ରୀଙ୍କ ଜନହିତକର ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହେଲା ସୁବର୍ଣ୍ଣପୁର ଜିଲ୍ଲା । ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ ୭୯ କୋଟି ୨୨ଲକ୍ଷ ୧୩ ହଜାର ଟଙ୍କାର ୬୭ ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ୧ଲକ୍ଷ ୫୩ ହଜାର ୯ ଶହ ଦୁଇ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ କିଛି ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ ।

ଏହି ଅବସରରେ ସଦର ମହକୁମା କୁଞ୍ଜ ଛକ ନିକଟରେ ନବ ନିର୍ମିତ ଟାଉନ ହଲରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭା ବେହେରା ଓ ଶ୍ରମ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଅନ୍ୟପଟେ ଜିଲ୍ଲାରେ ଉନ୍ନୟନ ମୂଳ କାର୍ଯ୍ୟ ଆଗେଇ ଥିବାରୁ ଜିଲ୍ଲାବାସୀ ବେସ୍ ଖୁସି ପ୍ରକଟ କରିଛନ୍ତି । ଏହି ସ୍ମାର୍ଟ କାର୍ଡ ସେବା ଦ୍ୱାରା ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.