Latest Odisha News

BREAKING NEWS

ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ ମାରିଲେ ଶ୍ରେୟସ

କାନପୁର: ନ୍ୟୁଜିଲାଣ୍ଡ ଆଗରେ ପାଚେରୀ ହୋଇ ଠିଆ ହେଲେ ଶ୍ରେୟସ ଆୟାର । ପ୍ରଥମ ଟେଷ୍ଟରେ ମାରିଲେ ଶତକ । ଡେବ୍ୟୁ ମ୍ୟାଚରେ ସେଞ୍ଚୁରୀ ମାରିଛନ୍ତି ଶ୍ରେୟସ ଆୟାର୍ । ମାତ୍ର ୧୫୭ ବଲ୍ ଖେଳି ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ନିଜ ନାଁରେ କରିଛନ୍ତି । ଗତକାଲି ୭୫ ରନ୍ କି ନଟଆଉଟ୍ ଥିଲେ ଶ୍ରେୟସ । ତାଙ୍କ ବ୍ୟାଟଚରୁ ଶତକୀୟ ଇନିଂସ ଆଶା କରାଯାଉଥିଲା ।

ଲୋକେଶ ରାହୁଲ ଆହତ ହେବା ପରେ ତାଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ଶ୍ରେୟସ ଆୟାରଙ୍କୁ ସୁଯୋଗ ଦେଇଥିଲେ ହେଡ୍ କୋଚ୍ ରାହୁଲ ଦ୍ରାବିଡ । ତାଙ୍କ ଭରସା ଜିତିଛନ୍ତି ଶ୍ରେୟସ । ପଦାର୍ପଣ ମ୍ୟାଚରେ ଭଲ ଖେଳିଛନ୍ତି । ୧୦୫ ରନ୍ ପାଭଲନ୍ ଫେରିଛନ୍ତି ଶ୍ରେୟସ ଆୟାର । ତାଙ୍କ ଶତକ ବଳରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ତିନି ଶହ ରନ୍ ପାର କରିଛି । ଚତୁର୍ଥ ଓ୍ୱିକେଟରେ ଶ୍ରେୟସଙ୍କୁ ସାଥ ଦେଇଥିଲେ ରବୀନ୍ଦ୍ର ଜାଡେଜା । ଟେଷ୍ଟରେ ଡେବ୍ୟୁ କରିଥିବା ୧୬ତମ ଖେଳାଳି ହୋଇଛନ୍ତି ଶ୍ରେୟସ ଆୟାର ।

କାନପୁରରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଓପନର ଶୁଭମନ୍ ଗିଲ୍ ୫୨ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୨୬, ଆଜିଙ୍କ୍ୟ ରାହାଣେ ୩୫ ଓ ରବୀନ୍ଦ୍ର ଜାଡେଜା ୫୦ ରନ୍ କରିଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୪ଟି ଓ୍ୱିକେଟ ନେଇଥିବା ବେଳେ କେଲ୍ ଜେମସନ୍ ନେଇଛନ୍ତି ୩ଟି ଓ୍ୱିକେଟ ।

Leave A Reply

Your email address will not be published.