Latest Odisha News

BREAKING NEWS

ବାରିପଦା ITDA ସହକାରୀ ଯନ୍ତ୍ରୀଙ୍କ ଘରୁ ୪୧ ଲକ୍ଷ ଟଙ୍କା, ୬୫୯ ଗ୍ରାମ୍ ସୁନା ଜବତ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଥିବା ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ହିସାବ ଚାଲିଛି । ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଛି ନଗଦ ୪୧ଲକ୍ଷ ୭୭ହଜାର ଟଙ୍କା । ଗତକାଲି ୧୩ ଲକ୍ଷ ୬୦ହଜାର ଟଙ୍କା ମିଳିଥିଲା । ୬୫୯ଗ୍ରାମ ସୁନା ଜବତ ହୋଇଛି । ଭିଜିଲାନ୍ସ ଟିମ୍ ଆଜି ସନ୍ତୋଷ ଦାସଙ୍କୁ ଭୁବନେଶ୍ୱର ବରଗଡ଼ର ବ୍ରିଟ କଲୋନୀ ସ୍ଥିତ ଘରକୁ ଆଣି ଯାଞ୍ଚ ଚଳାଇଛି ।

ଭୁବନେଶ୍ୱର ବରଗଡ଼ ଅଂଚଳରେ ତାଙ୍କର ୪ ମହଲା କୋଠା ଥିବା ବେଳେ ବାଲେଶ୍ୱରରେ ବି ଏକ ୪ ମହଲା ବିଲଡିଂ ଅଛି । ସନ୍ତୋଷ କୁମାର ଦାସଙ୍କର ଭୁବନେଶ୍ୱର ଶୈଳଶ୍ରୀବିହାରରେ ଗୋଟିଏ ଫ୍ଲାଟ, କଳିଙ୍ଗ ବିହାର ଅଂଚଳରେ ଅର୍ଦ୍ଧନିର୍ମିତ ଘର ଠାବ କରିଛି ଭିଜିଲାନ୍ସ ଟିମ୍ ।

ବାଲେଶ୍ୱରରେ ୩ଟି ପ୍ଲଟ୍ ଅଛି । ତାଙ୍କର ଗୋଟିଏ ୪ ଚକିଆ ଗାଡି ସହ ୩ଟି ଦୁଇ ଚକିଆ ଗାଡି ଠାବ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସନ୍ତୋଷଙ୍କ ଘର ସମେତ ୧୧ଟି ସ୍ଥାନରେ ପଞ୍ଝା ମାରିଥିଲା ଭିଜିଲାନ୍ସ ଟିମ୍ । ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ ହୋଇଛି । ସମ୍ପତ୍ତିର ହିସାବ ଜାରି ରହିଛି ।

Leave A Reply

Your email address will not be published.