Latest Odisha News

BREAKING NEWS

ଚିକିତ୍ସା ଅବହେଳା: ପୁରୀ ହସ୍ପିଟାଲ ସମ୍ମୁଖରେ ମହିଳାଙ୍କ ସନ୍ତାନ ପ୍ରସବ

ପୁରୀ: ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚରମ ଚିକିତ୍ସା ଅବହେଳା ଯୋଗୁଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜଣେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଶନିବାର ରାତିରେ ଜନୈକା ଗର୍ଭବତୀ ମହିଳା ଏକ ୧୦୨ ନଂ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ମହିଳାଙ୍କ ସ୍ୱାମୀ ଚିକିତ୍ସା ନିମନ୍ତେ ସେଠାରେ ସମସ୍ତ ଆବଶ୍ୟକୀୟ ଚିକିତ୍ସାଳୟ ପଞ୍ଜିକରଣ କରିଥିଲେ ମଧ୍ୟ ଡ଼ାକ୍ତରଖାନାର ଅବହେଳା ଯୋଗୁଁ ପ୍ରସବ ବେଦନାରେ ଛଟପଟ ହେଉଥିବା ପୀଡ଼ିତା ଜଣକ ବାହାରେ ରହିଥିଲେ । ଅଭିଯୋଗ ଅନୁଯାଇ ତାଙ୍କୁ ହ୍ୱିଲ୍ ଚେୟାର୍ ଯୋଗାଇ ଦିଆଯାଇନଥିଲା କିମ୍ବା ତୁରନ୍ତ ଚିକିତ୍ସା ନିମନ୍ତେ ଡ଼ାକ୍ତର ତାଙ୍କ ନିକଟକୁ ଆସିନଥିଲେ ।

ଯାହାଫଳରେ ପ୍ରସବବେଦନାରେ ଛଟପଟ ହେଉଥିବା ମହିଳା ଜଣକ ଡ଼ାକ୍ତରଖାନା ସମ୍ମୁଖରେ ହିଁ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଡ଼ାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡ଼ାକ୍ତର ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳା ଲାଗି ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନତା ଏବଂ ପୀଡ଼ିତାଙ୍କ ପରିବାରବର୍ଗ ଦାବି କରିଛନ୍ତି ।

Leave A Reply

Your email address will not be published.