Latest Odisha News

କଟକରୁ ଜବତ ହେଲା ଧଳା ଜହର

କଟକ: ପୁଣି କଟକରୁ ଜବତ ହେଲା ଧଳା ଜହର । ଲାଲବାଗ ଥାନା ପୋଲିସ ହାତରେ ଧରାପଡ଼ିଲା ଧଳା ଜହର ବ୍ୟବସାୟୀ । ଗିରଫ ବ୍ୟବସାୟୀ ଜଣକ ହେଲେ ଜିତେନ୍ଦ୍ର ବସ୍ତିଆ । ଅଭିଯୁକ୍ତ ନିକଟରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୭ଲକ୍ଷ ଟଙ୍କା ହେବ ।

ସୂଚନା ଅନୁସାରେ, ଗିରଫ ହୋଇଥିବା ଅଭିଯୁକ୍ତ ଜିତେନ୍ଦ୍ର ବସ୍ତିଆ ଓରଫ ରାଜା ନାରେ କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ୧୯ଟି ଅପରାଧିକ ମାମଲା ରହିଛି । ସେ ଗତ କିଛି ଦିନ ତଳେ ଜେଲରୁ ଏହି ବ୍ୟବସାୟ କରୁଥିଲା । ଜଗତସିଂହପୁରରୁ ଏହି ଧଳାଜହର ଆଣି କଟକ ବେଲଭ୍ୟୁ ଛକ ଅଞ୍ଚଳରେ ବିକ୍ରି କରୁଥିଲା । ତେବେ ସେ କାହାକୁ ବିକ୍ରି କରୁଥିଲା ସେନେଇ ପୋଲିସ ଖୋଳତାଡ଼ ଜାରି କରିଛି ।

ଏପର୍ଯ୍ୟନ୍ତ ବ୍ରାଉନସୁଗାର ଡ୍ରାଇଭରେ କଟକ ସହରରୁ ୫କିଲୋ ଧଳା ଜହର ଜବତ କରାଯାଇଥିବା ଡ଼ିସିପି ପ୍ରତୀକ ସିଂହଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Comments are closed.