Latest Odisha News

BREAKING NEWS

ଦୁଇଟି କଣ୍ଟେନର ଗାଡ଼ିକୁ ଜିଏସଟି ଠକେଇ ସନ୍ଦେହରେ ଅଟକ, ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ଦୁଇଟିି କଣ୍ଟେନର ଗାଡ଼ିକୁ ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ସନ୍ଦେହରେ HR38X8663 ଓ HR38X6525 ନମ୍ବର ଥିବା ଦୁଇଟି ଗାଡ଼ିକୁ ଅଟକ ରଖାଯାଇଥିଲା । ଗାଡ଼ିରେ ଥିବା ସାମଗ୍ରୀ ଓ ସଠିକ୍ କାଗଜପତ୍ର ଯାଞ୍ଚ କରାଯାଉଛି ।

ଗାଡ଼ି ଦୁଇଟି ଦିଲ୍ଲୀରୁ ପାଟଣାଗଡ଼କୁ ଆସୁଥିବାବେଳେ ପଦ୍ମପୁରଠାରେ ଗାଡ଼ିକୁ ସନ୍ଦେହ କରି ଅଟକାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଗାଡ଼ିରୁ ୧୧୨ଖଣ୍ଡ ଅଧିକ କୂଲର ପାର୍ଟ ବାହାରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟ ଗାଡ଼ିର ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ ଜାରି ରଖାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.