Latest Odisha News

ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

କାନୁପର: ପ୍ରଥମ କ୍ରିକେଟ ଟେଷ୍ଟର ୪ର୍ଥ ଦିବସରେ ଟିମ ଇଣ୍ଡିଆ ୨୮୪ ରନର ଟାର୍ଗେଟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି । ଏହାର ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଗୋଟିଏ ଉଇକେଟ ହରାଇ ୪ରନ ସଂଗ୍ରହ କରିଛି । ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶ୍ରେୟାସ ଆୟାର (୬୫) ଓ ରିଦ୍ଧିମାନ ଶାହ(୬୧ ନଟଆଉଟ)ଙ୍କ ଚମତ୍କାର ଅର୍ଦ୍ଧଶତକ ହାସଲ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ ।

୭ ଉଇକେଟରେ ୨୩୪ ରନ କରିବା ପରେ ଭାରତ ଇନିଂସ ଘୋଷଣା କରିଥିଲା । ଟିମ ସୌଦି ଓ କାୟଲ ଜେମିସନ ୩ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ନ୍ୟୁଜିଲାଣ୍ଡ ୨୯୬ ରନ କରିଥିଲା ।

Leave A Reply

Your email address will not be published.