Latest Odisha News

ଆଜିଠାରୁ ନକ୍ସଲଙ୍କ PLGA ସପ୍ତାହ, ମାଓ ଇଲାକାରେ ସୁରକ୍ଷା କଡ଼ାକଡ଼ି

ମାଲକାନଗିରି: ଆଜିଠାରୁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଆସନ୍ତା ୮ତାରିଖ ଯାଏ ଏହି ସପ୍ତାହ ପାଳନ କରିବାକୁ ଦୁର୍ଗମ ଅଞ୍ଚଳରେ ପୋଷ୍ଟର ବ୍ୟାନର ଲଗାଇ ଆହ୍ୱାନ ଦେଇଛି ଲାଲବାହିନୀ । ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି । ସୀମାକୁ ସିଲ୍ କରି ଗାଡ଼ିମୋଟର ଯାଞ୍ଚ କରାଯାଉଛି । ବିଏସଏଫ୍, ଏସଓଜି, ଡିଭିଏଫ୍ ଯବାନ କମ୍ବିଂକୁ ଡୋରଦାର କରିଛନ୍ତି ।

ପିଏଲଜିଏ ସପ୍ତାହ ପାଳନ ବେଳେ ମାଓବାଦୀ ହିଂସାକାଣ୍ଡ ଘଟାଇ ଥାଆନ୍ତି । ଏହାକୁ ଦୃଷ୍ଟିରେ ରଖି ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ । କିଛି ରୁଟରେ ବନ୍ଦ ରହିଛି ସରକାରୀ ବସ୍ ଚଳାଚଳ । ଜୟପୁରର ୧୯ଟି ରୁଟ୍ ମଧ୍ୟରୁ ୧୪ ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ସେହିପରି ରାୟଗଡ଼ାରର ୬ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ କଲା OSRTC ।

ବିଶେଷ କରି ମାଲକାନଗିରି ଜିଲ୍ଲାରେ ସୁରକ୍ଷାକୁ କଡ଼ାକଡ଼ି କରିଛି ପୋଲିସ । ପିଏଲଜିଏ ସପ୍ତାହରେ ନକ୍ସଲ ଗାଁ ଗାଁରେ ସହିଦଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିବା ସହ ସହିଦସ୍ତମ୍ଭ ନିର୍ମାଣ କରନ୍ତି।

Comments are closed.