Latest Odisha News

ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ

ଚିଲିକା: ବାତ୍ୟା ‘ଜୱାଦ’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଓ ପବନ ଜାରି ରହିଥିବା ବେଳେ ରାସ୍ତାଘାଟ ଶୂନ୍ ଶାନ୍ ହୋଇପଡ଼ିଛି ।

ସେପଟେ ଚିଲିକା ତହସିଲଦାର ଚିଲିକା କୂଳିଆ ତଳି ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କହିଛନ୍ତି । ତେବେ ଚାଷୀଙ୍କ ପାଚିଲା ଧାନ ସବୁ ନଷ୍ଟ ହେବାକୁ ବସିଲାଣି । ବାତ୍ୟା ଓ ପବନ ଯୋଗୁଁ କଚ୍ଚା ଘର ମାନଙ୍କରେ ଲୋକମାନେ ନରହିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବର୍ଷା ଲାଗି ରହିଛି । ସେହିପରି ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି ।

ବାତ୍ୟା ପୂର୍ବରୁ ଚିଲିକା ଅଞ୍ଚଳର ରାସ୍ତା ଘାଟ ଖାଁ-ଖାଁ ହୋଇଯାଇଛି । ଚିଲିକା କୂଳିଆ ଗାଁର ଲୋକମାନଙ୍କୁ ବିଶେଷକରି ଝୁମ୍ପୁଡି ଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଏହାସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା  ତହସିଲଦାର ପୁନମ୍ ମହାପାତ୍ର ସୂଚନା ଦେଇଛନ୍ତି ।

ମତ୍ସ୍ୟଜୀବୀମାନେ ଚିଲିକାରୁ ଫେରି ଆସିଥିବା ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.