Latest Odisha News

ନାଗାଲାଣ୍ଡରେ ହିଂସା: ଗୁଳିମାଡ଼ରେ ୧୩ ଜଣଙ୍କର ମୃତ୍ୟୁ ପରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଜାଳିଦେଲେ ଲୋକ

କୋହିମା(ନାଗାଲାଣ୍ଡ): ନାଗାଲାଣ୍ଡରେ ହିଂସାକାଣ୍ଡ । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ତାତିଲେ ଲୋକ। ସୁରକ୍ଷାକର୍ମୀଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଅଭିଯୋଗ ହୋଇଛି, ଉଗ୍ରବାଦୀ ସଂଗଠନ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାକର୍ମୀ ୧୩ ଜଣ ସାଧାରଣ ନାଗରିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଉଗ୍ରବାଦୀ ସଂଗଠନ ଘଝଉଘ ସଦସ୍ୟ ଆଶଙ୍କା କରି ଏହି ଏନକାଉଣ୍ଟର ହୋଇଥିବା କୁହାଯାଉଛି । ନାଗାଲାଣ୍ଡର ଅଟିଂରେ ଏହି ଘଟଣା ଘଟିଛି ।

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫୟୁ ରିୟୋ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି, ଅଟିଂରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଘଟଣାର ଉତ୍ତସ୍ତରୀୟ ଏସଆଇଟି ତଦନ୍ତ କରାଯିବ । ଆଇନ ଅନୁସାରେ ନ୍ୟାୟ ଦିଆଯିବ । ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ଗଭୀର କ୍ଷୋଭ ପ୍ରକାଶ କରିବା ସହ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଏସଆଇଟି ତଦନ୍ତ ଦ୍ୱାରା ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଅମିତ ଶାହ ।

ମୋନ ଜିଲ୍ଲାର ଅଟିଂ ନ୍ତର୍ଗତ ତିରୁ ଗାଁରେ ଗତକାଲି ଏହି ଗୁଳିକାଣ୍ଡ ହୋଇଛି । ମୃତକମାନେ ଏକ ପିକଅପ୍ ଗାଡ଼ିରେ କାଲି ଅପରାହ୍ଣ ୪ଟା ବେଳେ ଘରକୁ ଫେରିଥିଲେ । କିନ୍ତୁ ବହୁ ବିଳମ୍ବ ପରେ ବି ସେମାନେ ନଆସିବାରୁ ପରିବାର ଓ ଗାଁ ଲୋକ ଖୋଜିବାକୁ ଯାଇଥିଲେ । ରାସ୍ତାରେ ସେମାନଙ୍କୁ ୧୩ ଜଣଙ୍କର ମୃତଦେହ ମିଳିଥିଲା । ଏଥିରେ ଉତ୍ୟକ୍ତ ଲୋକ ସୁରକ୍ଷାବାହିନୀ ଗାଡ଼ି ଜାଳି ଦେଇଥିଲେ ।

Leave A Reply

Your email address will not be published.