Latest Odisha News

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୧୩ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ଜଣ ସ୍ଥାନୀୟ ସଂକ୍ରମଣରୁ ସଂକ୍ରମିତ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୨୪ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨ଜଣ, ବାଲେଶ୍ୱର ୩ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, କଟକରୁ ୯ଜଣ, ଦେବଗଡ଼ରୁ ୨ଜଣ, ଢ଼େଙ୍କାନାଳରୁ ୩ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୧୪ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୩ଜଣ, ଖୋର୍ଦ୍ଧାରୁ ୮୩ଜଣ, ମୟୁରଭଞ୍ଚରୁ ୧୩ଜଣ, ପୁରୀରୁ ୨ଜଣ, ସମ୍ବଲପୁରରୁ ୧୨ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୨ଜଣ, ଷ୍ଟେଟ୍ ପୁଲରୁ ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୫୦ହଜାର ୨୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୧୦ଲକ୍ଷ ୩୯ହଜାର ୪୬୧ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ହଜାର ୩୧୩ଜଣ ଆକ୍ଟିଭ୍ କେସ୍ ରହିଛନ୍ତି ।

Leave A Reply

Your email address will not be published.