Latest Odisha News

BREAKING NEWS

ଭଦ୍ରକ ଓ ଯାଜପୁର ସମେତ ୪ଟି ଲୋକସଭା ଆସନରେ ନବୀନଙ୍କ ଜୋରଦାର୍ ପ୍ରଚାର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୪ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳେ ବାଲେଶ୍ୱରରେ ପହଞ୍ଚି ସେଠାରୁ ସିମୁଳିଆରେ ଆୟୋଜିତ ଏକ ଜନସଭାରେ ଉଦବୋଧନ୍ ଦେବେ । ପରେ ସେଠାରୁ ଭଦ୍ରକ ଜିଲ୍ଲା ଅଭିମୁଖେ ଗସ୍ତ କରିବେ । ନବୀନ ବାସୁଦେବପୁର, ଭଦ୍ରକ, ଭଣ୍ଡାରୀପୋଖରୀ ଓ ଧାମନଗରରେ ଏକ ଜନସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ପରବର୍ତ୍ତୀ ସମୟରେ ନବୀନ ଯାଜପୁର ଅଭିମୁଖେ ଗସ୍ତ କରି କୋରେଇ, ପାଣିକୋଇଲି ଓ ସୁକିନ୍ଦାରେ ମଧ୍ୟ ଏକ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରାପଡାର ମାହାଙ୍ଗା ଓ ସାଲେପୁରରେ ଆୟୋଜି ଜନସମାବେଶରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ସମ୍ବୋଧିତ କରିବା ସହ ତାଙ୍କ ଗସ୍ତ ସମାପ୍ତ କରିବେ ବୋଲି ଦଳୀୟ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.