ଭୁବନେଶ୍ବର : ଶେଷ ହେଲା ଜୁନିଅର ହକି ମହାକୁମ୍ଭ । ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ ହାତେଇଛି ଆର୍ଜେଣ୍ଟିନା । ରୋମାଞ୍ଚକର ଫାଇନାଲ ମ୍ୟାଚରେ ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରିଛି ଆର୍ଜେଣ୍ଟିନା ।
ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିବା ଏହି ହକି ମହାକୁମ୍ଭର ଆଜିର ଫାଇନାଲ ମ୍ୟାଚ୍ ବେଶ ରେମାଞ୍ଚକର ହୋଇଥିଲା । ଖେଳର ପ୍ରଥମ କ୍ବାର୍ଟର୍ ଓ ଦ୍ବିତୀୟ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ କରି ଜର୍ମାନୀ ଉପରେ ଚାପ ପକାଇଥିଲା ଆର୍ଜେଣ୍ଟିନା । କିନ୍ତୁ ଦ୍ବିତୀୟ ହାଫରେ ଜବରଦସ୍ତ କମ୍ ବ୍ୟାକ୍ କରିଥିଲା ଜର୍ମାନୀ । ଉଭୟ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ କରି ସ୍କୋର ବରାବର କରିଥିଲା ଜର୍ମାନୀ ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଆଉ ଏକ ଗୋଲ ସ୍କୋର କରି ୩-୨ରେ ମ୍ୟାଚକୁ ଲିଡ୍ କରିଥିଲା ।
ତେବେ ମ୍ୟାଚର ଶେଷ ଆଡକୁ ଆର୍ଜେଣ୍ଟିନା ପକ୍ଷରୁ ଆଉ ଏକ ଗୋଲ କରିଥିଲେ ଫ୍ରାନକୋ । ଜର୍ମାନୀ ତରଫରୁ ହେନର ଜୁଲିଅସ ଓ ଫାନ୍ଦଟ ମେସି ଗୋଟିଏ ଲେଖାଏଁ ଗୋଲ ଦେଇଥିଲ । ଏହି ବିଜୟ ସହ ୧୬ ବର୍ଷର ବ୍ୟବଧାନ ପରେ ଆର୍ଜେଣ୍ଟିନା ଦ୍ବିତୀୟ ଥର ବିଶ୍ବକପ ଟାଇଟଲ ହାତେଇବାରେ ସକ୍ଷମ ହୋଇଛି । ଆର୍ଜେଣ୍ଟିନା ପକ୍ଷରୁ ଲୋଟାରୋ ଡୋମେନ ହ୍ୟାଟ୍ରିକ୍ ଗୋଲ ଦେଇଥିଲେ ।
Comments are closed.