Latest Odisha News

BREAKING NEWS

ସମ୍ ଅଲ୍ଟିମେଟରେ ହୃଦ ସମସ୍ୟା ଥିବା ଶିଶୁର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ସଫଳ ଅସ୍ତ୍ରୋପଚାର କରିଛନ୍ତି ହୃଦରୋଗ ବିଶେଷଜ୍ଞ । ପେଡିଆଟିଉ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନସନ ଦ୍ବାରା ଶିଶୁଟି ସୁସ୍ଥ ହୋଇପାରିଛି । ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିବା ସମୟରେ ତା’ର ପେଟରେ ଡକ୍ଟର ଆର୍ଟରିଓସେସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା ।

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ । ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ, ପିଡିଏ ହେଉଛି ମହାଧମନୀ ଏବଂ ଫୁସଫୁସର ଧମନୀକୁ ଯୋଡୁଥିବା ଏକ ଟ୍ୟୁବ୍ । ଯାହାକି ଶିଶୁର ଶରୀରରେ ମୁଖ୍ୟ ରକ୍ତ ସଂଚାଳନ ବ୍ୟବସ୍ଥା ଅଟେ । ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସଫୁସ୍‌ର ଧମନୀକୁ ପ୍ରବାହିତ ହୋଇଥାଏ । ଯାହାଦ୍ବାରା ଅଧିକ ରକ୍ତ ଫୁସଫୁସ୍‌କୁ ଯାଇଥାଏ ।

ଏହାଦ୍ବାରା ନିଃଶ୍ବାସ ନେବାରେ କଷ୍ଟ ହୋଇଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ରହିଥାଏ । ଠିକ୍ ସମୟରେ ଚିକିତ୍ସା ନ କଲେ, ଶ୍ବାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଆଗୁଆ ଚିକିତ୍ସା ହିଁ ଏଭଳି ବିପଜ୍ଜନକ ପରିସ୍ଥିତିକୁ ମୁକାବିଲା କରିବାର ଏକମାତ୍ର ଉପାୟ । ଏବଂ ପିଡିଏର ଆକାର ଏବଂ ଅନ୍ୟାନ୍ୟ ଦିଗକୁ ଦେଖି ଅପରେସନ୍ କିମ୍ବା କ୍ୟାଥେଟର୍ ଇନଭେନସନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥାଏ ବୋଲି ସେ କହିଛନ୍ତି ।

ଶିଶୁଟିର ପିଡିଏ ଡିଭାଇସ୍ କ୍ଲୋଜର୍ ପ୍ରକ୍ରିୟା କରାଯାଇଥଲା । କାର୍ଡିଆକ୍ ଟିମ୍ ସମେତ କାର୍ଡିଆକ୍ ଆନେସ୍ଥେସିଷ୍ଟ ଡାକ୍ତର ଜେ. ପରିଡା ଏବଂ କନ୍ସଲଟାଣ୍ଟ ନିଓନାଟୋଲୋଜିଷ୍ଟ ଡାକ୍ତର ବିଚିତ୍ରାନନ୍ଦ ରାଉତ ଏଥିରେ ସହଯୋଗ କରିଥିଲେ । ଶିଶୁଟିକୁ ଏହି ପ୍ରକ୍ରିୟା ହେବାର ଦୁଇଦିନ ପରେ ଡିସଚାର୍ଜ କରାଯାଇଛି । ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ବେହେରା ସୂଚନା ଦେଇଛନ୍ତି ।

Comments are closed.