Latest Odisha News

BREAKING NEWS

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ , ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ। ସାଢେ ୧୧ ଟାରେ ଗୃହ ଆରମ୍ଭ ହେବା ପରେ ପୁଣି ବିରୋଧୀଙ୍କ ମମିତା ପ୍ରସଙ୍ଗ ନେଇ ହୋ ହାଲ୍ଲାରେ କମ୍ପି ଉଠିଲା ଗୃହ। ସେପଟେ ଗୃହରେ ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ବିଜେପି ଘଣ୍ଟବାଡେଇଥିବା ଜଣାପଡ଼ିଛି। ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲା କାର୍ଡ ଦେଖାଇଥିଲେ ବିଜେପି ସଦସ୍ୟମାନେ।ତେଣୁ ଗୃହକୁ ପୁଣି ୩୦ ମିନଟ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି।ଗୃହକୁ ମୁଲତବୀ ରଖିବା ସହ ପୁଣି ସର୍ବ ଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

ମମିତା ମେହେର ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୬ ଦିନ ହେଲା ଗୃହ ଚାଲିପାରୁନି। ଅନ୍ୟପଟେ ବିଜେପିର ଦୋମୁହାଁ ନୀତି ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଜେଡି। ବିଧାନସଭା ପରିସର ଗାନ୍ଧୀ ମୂର୍ତ୍ତି ପରିସରରେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ।ମମତାଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ନେତାମାନେ ହୀନ ରାଜନୀତି କରୁଛନ୍ତି ବୋଲି ବିଜେଡି କହିଛି। ମମିତା ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୬ ଦିନ ହେଲେ ଗୃହ ଅଚଳ ରହିଛି।

Comments are closed.