Latest Odisha News

କ୍ୟାଟ୍ରିନାଙ୍କ ହାତରେ ଲାଗିଲା ମେହେନ୍ଦି, ଆଜି ହଳଦୀ ସେରିମନି

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ୯ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବୋ ୭ ତାରିଖରେ କ୍ୟାଟଙ୍କ ସଙ୍ଗୀତ ମେହେନ୍ଦି ସେରିମନି ରାଜସ୍ଥାନର ସିକ୍ସଥ ସେନ୍ସ ଲକଜୁରିୟସ୍ ଫୋର୍ଟରେ କରାଯାଇଥିଲା। ଆଜି ଦ୍ୱିପ୍ରହରେ ହଳଦୀ ସେରିମନି ସହ ନାଇଟରେ ସଙ୍ଗୀତ ଫଙ୍କସନ୍ ରହିଛି।

ସୂଚନା ଅନୁସାରେ ଭିକି-କ୍ୟାଟ୍ ନିଜ ବିବାହକୁ ସ୍ପେଶାଲ କରିବାକୁ ଯାଉଛନ୍ତି । ଏହି ବିବାହର ଅନେକ କାର୍ଯ୍ୟକ୍ରମକୁ ପ୍ରାଇଭେଟ୍ ରଖୁଛନ୍ତି ଏହି ଷ୍ଟାର କପୁଲ। ନିଜ ବିବାହକୁ ନେଇ ଅନେକ ଆଡ୍ ଓ ଫିଲ୍ମ ଅଫରକୁ ମଧ୍ୟ ଆଡେଇ ଦେଇଛନ୍ତି ଏହି ଷ୍ଟାର। ସେପଟେ ସୂଚନା ଅନୁସାରେ ଭିକି ଓ କ୍ୟାଟଙ୍କ ଫ୍ୟାମିଲି ମେମ୍ଡର ମାନେ ସଙ୍ଗୀତ ଫଙ୍କସନରେ ଅନେକ ମଜା କରିବା ସହ ମ୍ୟୁଜିକ ଚେୟାର ମଧ୍ୟ ଦୁହିଁଙ୍କ ପରିବାର ଖେଳିଥିଲେ।

ଏହି ଖେଳରେ ଭିକି ହାରିଯାଇଥିଲେ ବୋଲି ଚର୍ଚ୍ଚା ଚାଲିଛି। ଏହ ବିବାହ ଉତ୍ସବରେ କ୍ୟାଟଙ୍କ ପରିବାର ଆସି ଥିବାବେଳେ ବିବାହ ପରେ ଭିକିଙ୍କୁ ଲଣ୍ଡନ ଆସିବା ପାଇଁ କ୍ୟାଟଙ୍କ ମମି କହିଛନ୍ତି। ଜାନୁଆରୀରେ ଭିକିଙ୍କ ପରିବାର ଲଣ୍ଡର ଯାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କ୍ୟାଟଙ୍କ ବିବାହରେ ଯେଉଁ ଅତିଥିମାନେ ଯୋଗଦେବେ ସେମାନେ ଟିକାର ଦୁଇଟି ଡୋଜ ନେଇଥିବା ବାଧ୍ୟତାମୂଳକ ରହିଛି।

ବିବାହକୁ ଯାଉଥିବା ଅତିଥି ମାନଙ୍କୁ ଫୋନ୍ ମଧ୍ୟ ବାରଣ କରାଯାଇଛି । କ୍ୟାଟ-ଭିକିଙ୍କ ବିବାହକୁ ନେଇ ରାଜସ୍ଥାନ ସିକ୍ସଥ ସେନଓ ଫୋର୍ଟ ପରିସରରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.