ଭଦ୍ରକ: ଚାଷୀଙ୍କୁ ଦୁଃଖ ଦେଇଗଲା ଜୱାଦ । ଉଜୁଡ଼ିଗଲା ଧାନ ଫସଲ । ଭାଙ୍ଗିଗଲା ଚାଷୀଙ୍କ ମେରୁଦଣ୍ଡ । ବାତ୍ୟା ଜୱାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ କ୍ଷତିଗ୍ରସ୍ଥ ହୋଇଛି ବହୁ ଚାଷ ଜମି ଓ ପନିପରିବା କ୍ଷେତ । ବର୍ଷକର ପରିଶ୍ରମ ଏବେ ପାଣିରେ ଭାସୁଛି । ଧାନ ବିଲରେ ଏବେବି ଜମି ରହିଛି ବର୍ଷା ପାଣି । ପାଣିରେ ଭାସୁଛି କଟାଯାଇଥିବା ଧାନ । ବିଲରୁ ପାଣି ଶୁଖିନଥିବାରୁ ଧାନ ଉଠାଇପାରୁନାହାନ୍ତି ଚାଷୀ ।
ସେହିପରି ପନିପରିବା ଚାଷୀ ମଧ୍ୟ ବହୁ କ୍ଷତିର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳୁଛି । ଫୁଲକୋବି, ଭେଣ୍ଡି, ବାଇଗଣ, କଖାରୁ, ଭଳି ବହୁ ପରିବା ଗଛ ନଷ୍ଟ ହୋଇଯାଇଥିବାବେଳେ ହେକ୍ଟର ହେକ୍ଟର ଜମିରେ ପରିବା ଚାଷ କରି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ପ୍ରାୟ ୬୦ହଜାର ହେକ୍ଟରରୁ ଅଧିକ ଚାଷ ଓ ପନିପରିବା କ୍ଷତିଗ୍ରସ୍ଥ ହୋଇଛି ବୋଲି ପ୍ରାଥମିକଭାବେ ଆକଳନରୁ ସ୍ପଷ୍ଟ ହୋଇଛି । ଅନେକ ସ୍ଥାନରେ ଧାନ ମାଟିରେ ଲାଗିଛି ଓ କଟା ଧାନ ପାଣିରେ ପଡ଼ିଛି । ଏବେ ମଧ୍ୟ କ୍ଷୟକ୍ଷତିର ଆକଳନ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି । ସମ୍ପୂର୍ଣ୍ଣ ରିପୋର୍ଟ ଆସିଲେ ରାଜ୍ୟ ସରକାରଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Comments are closed.