Latest Odisha News

BREAKING NEWS

ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତିକୁ ବିରୋଧ କରି ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ । ଜୟପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷା ଧାରଣା ଦେଉଛି ଶିକ୍ଷକ ସଂଘ । ଏଥିରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଛନ୍ତି ।

ବୋର୍ଡ଼ ଆଗରେ ୨୦ ଦଫା ଦାବି ରଖି ଧାରଣା ଦେଉଛି ମାଧ୍ୟମିକ ଶିକ୍ଷକ ସଂଘ । ସଂଘର ଏହି ଦାବିକୁ ସମର୍ଥନ ଜଣାଇ ଏଥିରେ ନିଜକୁ ସାମିଲ କରିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ନବମ ଓ ଦଶମ ଶ୍ରେଣୀରେ ଦୁଇ ଥର ବୋର୍ଡ଼ ନକରି କେବଳ ପୂର୍ବ ପରି ଦଶମ ଶ୍ରେଣୀରେ ହିଁ ବୋର୍ଡ଼ ପରୀକ୍ଷା କରାଯାଉ । ସେମିଷ୍ଟାର ମାଧ୍ୟମରେ ବୋର୍ଡ଼ ପରୀକ୍ଷା ହେଉ ଏବଂ କୋରନା ପାଇଁ ଗତ ୨୦୧୯-୨୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିବାବେଳେ ସ୍କୁଲ ଫି କୁ ଛାଡ଼ କରାଯାଉ ଆଦି ବିଭିନ୍ନ ଦାବି ରଖିଛନ୍ତି ସଂଘ ।

ସେପଟେ ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଶିକ୍ଷକ ସଂଘ ସହ ଆଲୋଚନା କରିଥିଲେ । ହେଲେ କୌଣସି ନିଷ୍କର୍ସ ବାହାରିପାରିନି । ଅନ୍ୟପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

Comments are closed.