Latest Odisha News

BREAKING NEWS

ଭାରତ ମହାସାଗରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଧରାପଡ଼ିଲା ଚୀନ୍ ଜାହଜ

ନୂଆଦିଲ୍ଲୀ : ଭାରତ ପୁଣି ଧରିପକାଇଲା ଚୀନ୍ ଜାହଜ। ଚାଇନାର ସ୍କିଡ୍ ଜାହାଜ ଭାରତ ମହାସାଗରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଧରାପଡ଼ିଛି । ଟୁନା ମାଛକୁ ଧରିବା ପାଇଁ ଜାଲ ବ୍ୟବହାର କରି ମାଛ ଧରୁଥିବା ବେଳେ ଭାରତୀୟ ନଭି ଧରିପକାଇଥିଲା ଚୀନ୍ ଜାହଜକୁ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ସେଠାରେ ମାଛ ଧରିବା ଉପରେ କଟକଣା ଲଗାଯାଇଥିଲା।

ହେଲେ ଚୀନ୍ କିଛି ଦିନ ହେଲା ବେଆଇନ ଭାବେ ଭାରତ ମହାସାଗରରେ ପଶି ମାଛ ମାରୁଥିବା ସୂଚନା ମିଳିଥିଲା।ହେଲେ ଆଜି ମାଛ ଧରୁଥିବା ସମୟରେ ଖବର ପାଇ ଚୀନ୍ ଜାହଜକୁ ଭାରତୀୟ ସେନା ଧରିପକାଇଥିଲେ। ବାରଣସତ୍ୱେ ଚୀନ କାହିଁକ ଭାରତର ମହାସାଗରରେ ମାଛ ମାରୁଥିଲା ସେନେଇ ତନାଘନା ଚାଲିଛି।

Comments are closed.