Latest Odisha News

BREAKING NEWS

ଓଡ଼ିଶାର ୯ଟି ଜିଲ୍ଲାରେ କାଳ-ବୈଶାଖୀ ଆଶଙ୍କା, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ, ଓଡ଼ିଶାର ୯ଟି ଜିଲ୍ଲାରେ ବଜ୍ରପାତ ସହିତ ପବନ ଓ ବୃଷ୍ଟିପାତର ଯଥେଷ୍ଟ ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ପକ୍ଷରୁ ଏନେଇ ବୁଧବାର ଦିନ ଏକ ସତର୍କ ସୂଚନା ଜାରି କରାଯାଇଛି । ଏହି ସୂଚନାନୁଯାୟୀ ଯେଉଁସବୁ ଜିଲ୍ଲାମାନଙ୍କରେ କାଳ-ବୈଶାଖୀ ହେବାର ଆଶଙ୍କା ରହିଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲା ।

ଏହି ସତର୍କ ସୂଚନାକ୍ରମେ ଏହିସବୁ ଜିଲ୍ଲାମାନଙ୍କରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ।

ଏହି ସମୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.