Latest Odisha News

ଭାଇ ହବ ତ ଏମିତି: ଭଉଣୀକୁ ୫୧ କିଲୋ ଓଜନର ରୂପା ଦେଲେ

ଯୋଧପୁର: ଭାଇ ହବ ତ ଏମିତି । ରାଜସ୍ଥାନର ଯୋଧପୁର ଅଂଚଳରେ ଜଣେ ଭାଇ ଏ ଭଳି ଏକ କାର୍ଯ୍ୟ କରିଛି ଯାହକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଭଉଣୀ ବାହାଘର ବେଳେ ଅଭିଷେକ ଚୌଧୁରି ଛୋଟ ଭଉଣୀ ଆକାଂକ୍ଷାଙ୍କୁ ତାଙ୍କ ଓଜନର(୫୧କେଜି) ରୂପା ଉପହାର ଦେଇଥିଲେ । ତରାଜୁର ଗୋଟିଏ ପଟେ ଆକାଂକ୍ଷା ବସିଲେ ଅନ୍ୟପଟେ ରୂପା ରଖାଗଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୂପା ସେ ୧୦୦୮ କନ୍ୟାଙ୍କ ବାହାଘରରେ ଦାନ କରିବେ ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି । ଯାହା କି ସେହି ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ବାପା ଦିନେଶ ଚୌଧୁରୀ ପୁଅର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Comments are closed.