Latest Odisha News

ବିଜେପିରେ ମିଶିବା ଖବରକୁ ଖଣ୍ଡନ କଲେ ହରଭଜନ

ଚଣ୍ଡିଗଡ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ହରଭଜନ ସିଂ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ପ୍ରକାଶିତ ଏହି ଖବର ନେଇ ଆଜି ଭଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ । ମୁଁ କୌଣସି ରାଜନୈତି ଦଳ ସହ ଏ ପର୍ଯ୍ୟନ୍ତ ଯୋଗ ଦେଇନି । କ୍ରିକେଟର ସମସ୍ତ ଫର୍ମାଟରୁ ଖୁବ ଶୀଘ୍ର ଅବସର ନେବାକୁ ଯାଉଛନ୍ତି ବୋଲି ଘୋଷଣା କରିବା ପରେ ସେ ରାଜନୀତିରେ ପାଦ ଦେବା ନେଇ ଆଲୋଚନା ଚାଲିଥିଲା ।

ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଖବର ପ୍ରସାରିତ ହୋଇଥିଲା । ପୂର୍ବରୁ ହରଭଜନ କଂଗ୍ରେସରେ ମିଶିବେ ବୋଲି ମଧ୍ୟ ଆଲୋଚନା ହୋଇଥିଲା, ପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା ।

Comments are closed.