Latest Odisha News

BREAKING NEWS

ସଶସ୍ତ୍ର ପୋଲିସ ବାହିନୀ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆଜି ଆତଙ୍କବାଦୀମାନେ ଏକ ସୁରକ୍ଷାକର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି । ଜେୱାନରେ ହୋଇଥିବା ଏହି ଆକ୍ରମଣରେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ ଶହୀଦ ହୋଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ସରକାରୀସ୍ତରରେ ଏହାର ଘୋଷଣା କରାଯାଇ ନାହିଁ । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରି ତଦନ୍ତ ଆରମ୍ଭ କରିଛି ।

ଖୁବ ଶୀଘ୍ର ଆତଙ୍କବାଦୀଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ୩ଜଣ ଆତଙ୍କବାଦୀ ୯ମ ବାଟାଲିୟନ ସଶସ୍ତ୍ର ପୋଲିସ ବଲ ବସ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । କଶ୍ମୀର ଜୋନ ପୋଲିସ ଟୁଇଟ କରି ଏ ନେଇ ସୂଚନା ଦେଇଛନ୍ତି ।

Comments are closed.