Latest Odisha News

BREAKING NEWS

ଟେଷ୍ଟ ସିରିଜରୁ ଓହରିଲେ ରୋହିତ, ଚୂଡାନ୍ତ ଦଳରେ ପାଂଚାଲ ସାମିଲ !

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରୁ ଭାରତର ରୋହିତ ଶର୍ମା ଓହରି ଯାଇଛନ୍ତି । କ୍ରିକବିଜ ଏବଂ ଅନ୍ୟ କେତେକ ୱେବସାଇଟ ଅନୁସାରେ ତାଙ୍କ ସ୍ଥାନରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଏ ଦଳର ଅଧିନାୟକ ପ୍ରିୟାଙ୍କ ପାଂଚାଲଙ୍କୁ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ ।

ଅଭ୍ୟାସ ସେଶନରେ ରୋହିତଙ୍କ ହାତରେ ବଲ ବାଜିଥିଲା । ତେବେ ସେ ଦିନିକିଆ ସିରିଜ ପାଇଁ ଉପଲବ୍ଧ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ୧୬ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆ ଯିବ । ପ୍ରଥମ ଟେଷ୍ଟ ୨୬ ଡିସେମ୍ବରରୁ ଖେଳାଯିବ ।

Leave A Reply

Your email address will not be published.