Latest Odisha News

BREAKING NEWS

ଗୀତରେ ଗୀତରେ ଗାଁ ସ୍ମୃତିକୁ ମନେ ପକାଇଲେ ଶ୍ରୋତା

ଭୁବନେଶ୍ବର : ‘ସମାଜ ଓ ସଂସ୍କୃତି’ ଅନୁଷ୍ଠାନର ସପ୍ତଦଶ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ତପଠାରେ ଏକ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଗାଁ ଜୀବନ, ଗାଁ ଅନୁଭୂତି ଓ ଗାଁ ପରିବେଶକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଲୋକପ୍ରିୟ ଗୀତଗୁଡ଼ିକୁ ଜଣାଶୁଣା କଣ୍ଠଶିଳ୍ପୀମାନେ ଗାଇଥିଲେ । ଏହି ଅବସରରେ କବି ରକ୍ଷକ ନାୟକଙ୍କୁ ‘ଦ୍ବାଦଶ ଈଶ୍ବର ଚନ୍ଦ୍ର ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା।

ଅନୁଷ୍ଠାନର ସଭାପତି ନିଶିକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁ , ପୂର୍ବତନ ବିଧାୟକ ସରୋଜ ସାମଲ, ଜ୍ୟୋତିରଞ୍ଜନ ଦାସ, ଚୌଧୁରୀ ଅମିତାଭ ଦାସ ଓ ଗିରିଜା ଶଙ୍କର ଦାଶ ପ୍ରମୁଖ ଯୋଗ ଦେଇ ଥିଲେ। ସହରୀ ଲୋକଙ୍କ ଭିତରେ ଗାଁ ଜୀବନକୁ ମନେ ପକାଇଦେବା ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଦସ୍ୟ ବିମଳ ଦାସ, ବିଶ୍ବରଞ୍ଜନ ଦାଶ, ଶିତିକଣ୍ଠ ସେନାପତି, ସାଲୁଟ୍‌ ସାହୁ ଓ କେଦାର ରଣସିଂହଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.