Latest Odisha News

ଆଇଏଏଫ ହେଲିକପ୍ଟର ଦୁର୍ଘଟଣା: ଶେଷ ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ ବରୁଣଙ୍କ ପରଲୋକ

ନୂଆଦିଲ୍ଲୀ: ସିଡିଏସ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଆଜି ପରଲୋକ ହୋଇଯାଇଛି । ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଶୋକ ଖବର ନେଇ ସୂଚନା ଦେଇଛି । ଡିସେମ୍ବର ୮ରେ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ବ୍ୟକ୍ତି ଏଥିସହ ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ବରୁଣଙ୍କୁ ଶୌର୍ଯ୍ୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଫ୍ଲାଇଂ କଂଟ୍ରୋଲ ସିଷ୍ଟମ ଖରାପ ହେବା ସତ୍ୱେ ୧୦ ହଜାର ଫୁଟ ଉପରୁ ସେ ତେଜସ ବିମାନକୁ ସଫଳତାର ସହ ଲ୍ୟାଣ୍ଡ କରାଇଥିଲେ । ତାଙ୍କ ବାପା ଅବସରପ୍ରାପ୍ତ କର୍ଣ୍ଣଲ କେପି ସିଂ ଆର୍ମି ଏୟାର ଡିଫେନ୍ସ ରେଜିମେଂଟରେ ଥିଲେ । ବରୁଣଙ୍କ ଛୋଟ ଭାଇ ତନୁଜ ସିଂ ଇଣ୍ଡିଆନ ନେଭିରେ କାର୍ଯ୍ୟରତ ।

Comments are closed.