Latest Odisha News

କିଛିଦିନ ଏକାଠି ରହିବାର ଅର୍ଥ ଲିଭ୍‌-ଇନ୍‌ ନୁହେଁ; ଦମ୍ପତିଙ୍କୁ ଜୋରିମାନା

ଚଣ୍ଡିଗଡ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ଯଦି ଦୁଇଜଣ ଦମ୍ପତି ପାରସ୍ପରିକ ସହମତି ଅନୁଯାୟୀ କିଛି ଦିନ ଏକାଠି ରୁହନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ ପ୍ରକୃତରେ ଏକ ଲିଭ୍‌ ଇନ୍ ରେ ଅଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ଜଣେ ଦମ୍ପତି କେତେ ଦିନ ଏକାଠି ରହିଆସୁଛନ୍ତି ଏବଂ ସେମାନେ ଅନ୍ୟ ଜଣଙ୍କ ପାଇଁ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି କି ନାହିଁ, ସେମାନେ ଦାୟିତ୍ବ ଗ୍ରହଣ କରୁଛନ୍ତି କି ନାହିଁ, ଏହାକୁ ମିଶାଇ ସେମାନଙ୍କ ସମ୍ପର୍କ ବିବାହ ଯୋଗ୍ୟ କି ନାହିଁ ତାହା ବିବେଚନା କରାଯାଏ।

ଯମୁନାନଗର ଜିଲ୍ଲାର ଏକ ଦମ୍ପତିଙ୍କ ଆବେଦନକୁ ଖାରଜ କରିବାବେଳେ ହାଇକୋର୍ଟର ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ପରିବାରରୁ ସୁରକ୍ଷା ମାଗି ଜଣେ ଦମ୍ପତି ହାଇକୋର୍ଟରେ ଆବେଦନ କରିଥିଲେ। ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ, ଏହି ଦମ୍ପତି ଗତ କିଛି ଦିନ ହେବ ଲିଭ୍‌-ଇନ୍ ସମ୍ପର୍କରେ ରହୁଥିଲେ। ଏପରି ଆବେଦନ କରିବା ପାଇଁ ହାଇକୋର୍ଟ ଦମ୍ପତିଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ଦମ୍ପତିଙ୍କ ବୟସ ୧୮ ଓ ୨୦ ରହିଛି।

Comments are closed.