Latest Odisha News

BREAKING NEWS

ଜାତୀୟସ୍ତରୀୟ ମହିଳା ଶୁଟର କୋନିକାଙ୍କ ଆତ୍ମହତ୍ୟା

ଧନବାଦ: ଜାତୀୟସ୍ତରର ମହିଳା ଶୁଟର କୋନିକା ଲାୟକ ଆଜି କୋଲକାତାରେ ଆତ୍ମହତ୍ୟା କରିଛନ୍ତି । ଝାଡଖଣ୍ଡର ଏହି ତାରକା ଶୁଟରଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କୋଲକାତାରେ ସେ ପ୍ରଶିକ୍ଷଣ ନେଉଥିଲେ । ସ୍ଥାନୀୟ ପୋଲିସ କୋନିକାଙ୍କ ପରିବାରକୁ ଏ ନେଇ ଖବର ଦେଇଥିଲା । ତାଙ୍କ ବାହାଘର ଆଉ ଅଳ୍ପ ଦିନ ଥିବା ବେଳେ ସେ କାହିଁକି ଏ ଭଳି କଠୋର ପଦକ୍ଷେପ ଗ୍ରହଣ କଲେ ତାର ତଦନ୍ତ ପୋଲିସ ଆରମ୍ଭ କରିଛି ।

ତାଙ୍କ ପରିବାରର ଆର୍ଥୀକ ସ୍ଥିତି ଭଲ ନ ଥିଲା । ପରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ତାଙ୍କୁ ରାଇଫଲ ଉପହାର ଦେବା ସହ ଭାରତ ପାଇଁ ପଦକ ଜିତିବାକୁ ପ୍ରେରଣା ଯୋଗାଇଥିଲେ । ସେ ସମୟରେ ଏହା ଏକ ଚର୍ଚ୍ଚାର କାରଣ ସାଜିଥିଲା ।

Comments are closed.