Latest Odisha News

[ଭିଡ଼ିଓ] ରାଜରାସ୍ତାରେ ପାଇକ ପୁଅର ରଣ ହୁଙ୍କାର

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜିଲେ ପାଇକପୁଅ । ବାଦ୍ୟର ତାଳେ ତାଳେ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରିବା ସହିତ ଦାବି ପୂରଣ କରିବାର ଜିଦ୍ ଜୋର୍ ଧରିଛି ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଜୋର ଧରିଲା ଆନ୍ଦୋଳନ । ତା ସହିତ ପାଇକ ସ୍ମାରକୀ ନିର୍ମାଣ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ରାଜ୍ୟର ବିଭିନ୍ନ କୋଣରୁ ଶହଶହ ପାଇକ ପୁଅ ଏହି ଦାବି ନେଇ ରଣହୁଙ୍କାର ଦେଇଛନ୍ତି ।

ଖୋର୍ଦ୍ଧା ବରୁଣେଇ ପୀଠରେ ବିରାଟ ସମାବେଶ କରି ରାଜଧାନୀରେ ପହଂଚିଛନ୍ତି ପାଇକ ମାନେ । ଗଂଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ସମେତ ବିଭିନ୍ନ ପ୍ରାନ୍ତରୁ ପାଇକଙ୍କ ମେଳି ହୋଇଛି ।

Comments are closed.