Latest Odisha News

BREAKING NEWS

କରାଚୀରେ ବିସ୍ଫୋରଣ: ୧୨ ମୃତ

କରାଚୀ: ପାକିସ୍ତାନର ଆର୍ଥୀକ ରାଜନୀତି କରାଚୀରେ ଆଜି କ୍ରମାଗତ ୨ଟି ବିସ୍ଫୋରଣ ହୋଇଛି । ଏଥିରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ଅନେକ ଆହତ ହୋଇଛନ୍ତି ।  ଶେରଶାହ ଅଂଚଳରେ ଏକ ଘରୋଇ ବ୍ୟାଙ୍କ ନିକଟରେ ବିସ୍ଫୋରଣ ହେବାରୁ ଏହି ବିଲ୍ଡିଂ ଭୁଷୁଡି ପଡିଥିଲା । ଲୋକମାନଙ୍କୁ ଏଥିରୁ ଉଦ୍ଧାର କରାଯାଉଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା । ଅବଶ୍ୟ ଏହା ପ୍ରଥମ ଭଳି ଭୟଙ୍କର ନ ଥିଲା ।

ଗ୍ୟାସ ଲିକ ଯୋଗୁ ଏହି ବିସ୍ଫୋରଣ ହୋଇଥିବା କରାଚୀ ସାଉଥ ଜୋନ ଡିଆଇଜି ଶରଜିଲ ଖରଲ କହିଛନ୍ତି । ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ବିଲ୍ଡିଂକୁ ଖାଲି କରିବା ପାଇଁ କୁହା ଯାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ ବୋଲି ଶରଜିଲ କହିଛନ୍ତି ।

Comments are closed.