Latest Odisha News

BREAKING NEWS

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ବାପା-ପୁଅ ଦୁହେଁ ଧନୀକ ପ୍ରାର୍ଥୀ ତାଲିକାର ଆଗରେ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ସନ ୱାଚ ଏବଂ ଅସୋସିଏସନ ଫର ଡ଼େମୋକ୍ରେଟିକ ରିଫୋର୍ମସ (ଏଡ଼ିଆର)ର ମିଳିତ ଉଦ୍ୟମରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଏବଂ ତାଙ୍କ ବାପା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ଠାରୁ ସବୁଠୁ ଧନୀକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୂଚନା ମିଳିଛି ।

ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ଓପିସିସି ସଭାପତି ନିରଞ୍ଜନ ଉଭୟ ଘସିପୁରା ଏବଂ ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରୁ ଲଢୁଛନ୍ତି ।

ଲୋକସଭା ଲାଗି ମୋଟ ୫୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ସେଥିମଧ୍ୟରୁ ୧୭ ଜଣ (୩୩ %)ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ । ନବଜ୍ୟୋତିଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୦୪ କୋଟି ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା । ସେହିପରି କେନ୍ଦ୍ରାପଡ଼ା ଆସନରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବୈଜୟନ୍ତ ପଣ୍ଡାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୫୭ କୋଟି ଟଙ୍କା ।

ସେହିପରି ୩୩୪ ଜଣ ବିଧାନସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୮୧ ଜଣ କୋଟିପତି ବୋଲି ଜଣାପଡ଼ିଛି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ ସବୁଠୁ ଧନଶାଳୀ ଭାବେ ୬୦ କୋଟି ଟଙ୍କାର ସମ୍ପତ୍ତି ରହିଥିବା ସୂଚନା ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଚିରଞ୍ଜିବୀ ବିଶ୍ୱାଳଙ୍କର ୩୩ କୋଟି ଟଙ୍କାର ସମ୍ପତ୍ତି ଏବଂ ବିଜେଡ଼ି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କର ୧୭ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.