Latest Odisha News

ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଫାଇନାଲରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଥିବା କିଦାମ୍ବି ଶ୍ରୀକାନ୍ତ ଶେଷ ହର୍ଡଲ୍ସ ପାର କରିବାରେ ବିଫଳ ହୋଇଛନ୍ତି । ଫାଇନାଲରେ ଶ୍ରୀକାନ୍ତ ସିଙ୍ଗାପୁରର ୨୪ ବର୍ଷୀୟ କିନ ୟୁ ଲୋଙ୍କ ନିକଟରୁ ୨୧-୧୫, ୨୨-୨୦ରେ ହାରି ଯାଇଥିଲେ । ଏଥିସହ ଶ୍ରୀକାନ୍ତ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି ।

ମହିଳା ଖେଳାଳିଙ୍କ ମଧ୍ୟରେ ପିଭି ସିନ୍ଧୁ ( ୧ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ ବ୍ରୋଞ୍ଜ), ସାଇନା ନେହ୍ୱାଲ ବ୍ରୋଞ୍ଜ, ଜ୍ୱାଲା ଗୁଟ୍ଟା-ଅଶ୍ୱୀନ ପୋନାପ୍ପା ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଶ୍ରୀକାନ୍ତ ପୁରୁଷ ଖେଳାଳି ଭାବେ ଭାରତ ପାଇଁ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ପ୍ରକାଶ ପାଦୁକୋନ ଓ ବିସାଇ ପ୍ରଣୀଥ ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ଜିତିଛନ୍ତି ।

Comments are closed.