Latest Odisha News

ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା

ରାଉରକେଲା: ରାଉରକେଲା ରାଞ୍ଚି ଡ଼ିଭିଜନରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇ ଲାଇନଚ୍ୟୁତ ହୋଇଛନ୍ତି । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ପରସ୍ପରକୁ ଧକ୍କା ଦେବା ଫଳରେ ଲାଇନଚ୍ୟୁତ ହୋଇଥିଲେ । ବ୍ରେକ ଫେଲ ହୋଇଯିବାରୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଲୱେ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଗତକାଲି ବିଳମ୍ବିତ ରାତିରେ ରାଞ୍ଚି ଡ଼ିଭିଜନ ପକାର ଓ କୁରକୁରା ରେଲୱେ ଷ୍ଟେସନ ମଝିରେ ମାଲବାହୀ ଟ୍ରେନ ଦୁର୍ଘଟଣା ହୋଇଥିଲା । ରେଲୱେ କର୍ତ୍ତୃପକ୍ଷ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଏହି ରୁଟ୍ ଦେଇ ଯାଉଥିବା ସମସ୍ତ ଟ୍ରେନର ଗତିପଥ ବଦଳାଇଦିଆଯାଇଛି । ଦୁର୍ଘଟଣା ପରେ ଏହି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାର ତଦନ୍ତ କରାଯାଉଛି ।

Comments are closed.