Latest Odisha News

BREAKING NEWS

ଓଡ଼ିଶାରୁ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଓମିକ୍ରନ୍ ଷ୍ଟ୍ରେନ୍ ବାହାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ୍ ।

BjdElectrycity

ଦୁଇ ଜଣ ନାଇଜେରିଆରୁ ଓ ଆଉ ଦୁଇ ଜଣ ୟୁଏଇରୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନେଗେଟିଭ ଅଛନ୍ତି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ନାଇଜେରିଆ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଛି ।

ବାକି ଦୁଇ ୟୁଏଇ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ଆସିନାହିଁ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ କେସ୍ ୮କୁ ବୃଦ୍ଧି ପାଇଛ । ପୂର୍ବରୁ ୪ ଜଣ ସଂକ୍ରମିତ ବାହାରିଥିଲେ ।

Leave A Reply

Your email address will not be published.