Latest Odisha News

BREAKING NEWS

ଭାଇଜାନଙ୍କ ହାତରେ କାମୁଡ଼ିଲା ସାପ

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ କାମୁଡ଼ିଲା ସାପ । ବିଳମ୍ବିତ ରାତିରେ ହସ୍ପିଟାଲରେ ହେଲେ ଭର୍ତ୍ତି । ବାର୍ଥଡେ ସେଲିବ୍ରେସନ ସମୟରେ ଘଟିଲା ଅଘଟଣ । ସୂଚନା ଅନୁସାରେ, ଭେଟେରାନ ଅଭିନେତା ସଲମାନ ଖାନ୍ ପାନବେଲ ସ୍ଥିତ ଫାର୍ମ ହାଉସରେ ଥିଲା ବେଳେ ଶନିବାର ତାଙ୍କ ହାତକୁ ଏକ ସାପ କାମୁଡ଼ି ଦେଇଥିଲା । କାମୁଡ଼ିଥିବା ସାପ ବିଶାକ୍ତ ହୋଇନଥିବାରୁ ତାଙ୍କ ଉପରେ ବିଶେଷ କିିଛି ପ୍ରଭାବ ପଡ଼ିନାହିଁ ।

ସାପ କାମୁଡ଼ିବା ପରେ ତାଙ୍କୁ ନେଭି ମୁମ୍ବାଇର ମହାତ୍ମା ଗାନ୍ଧଇ ମିଶନ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୮ରୁ ୯ ଘଣ୍ଟା ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ସଲମାନ ସୁସ୍ଥ ଥିବା ସୂଚନା ଦିଆଯାଇଛି । ହସ୍ପିଟାଲରେ ତାଙ୍କର ମେଡିକାଲ ଟେଷ୍ଟ ହେବା ପରେ କୌଣସି ବିପଦ ନଥିବା ଡାକ୍ତର କହିଥିଲେ । ସଲମାନଙ୍କୁ ସାପ କାମୁଡ଼ିବା ପରେ ତାଙ୍କ ଫ୍ୟାନମାନେ ବ୍ୟସ୍ତ ହୋଇ ଉଠିଥିଲେ । ସେ ସୁସ୍ଥ ଥିବା ଖବର ମିଳିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି ସଲମାନଙ୍କ ଫାର୍ମ ହାଉସ । ଭାଇଜାନଙ୍କ ଫାର୍ମ ହାଉସ ପାନବେଲ ବେସ ପ୍ରଶସ୍ତ । ଏହାର ଚତୁପାଶ୍ୱର୍ରେ କେବଳ ଜଙ୍ଗଲ । ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ସାପ ଦେଖାଯାଇଥାନ୍ତି । ସେହି ଫାର୍ମ ହାଉସ ଭିତରେ ପୂର୍ବରୁ ମଧ୍ୟ ସାପ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.