Latest Odisha News

BREAKING NEWS

ସମୁଦ୍ର ମଝିରୁ ଉଦ୍ଧାର ହେଲେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ

ପାରାଦୀପ : ଦୀର୍ଘ ୨୦ ଦିନ ହେଲା ବାଟବଣା ହୋଇ ଫସି ରହିଥିବା ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପର ମତ୍ସ୍ୟଜୀବୀ । ମାଛ ମାରିବାକୁ ଗତ ୭ ତାରିଖରେ ବାଂଲାଦେଶର ଭୋଲାବୋରିସାଲ ଜିଲ୍ଲାର ଚର୍ଚ୍ଚ ଫେସନ ମାଛଧରା ଘାଟରୁ ବାହାରିଥିଲେ ମତ୍ସ୍ୟଜୀବୀ । ହେଲେ ବାତ୍ୟାର ପ୍ରଭାବରେ ସେମାନଙ୍କ ବୋଟ ୧୧ ତାରିଖରେ ଖରାପ ହୋଇଯାଇଥିଲା । ଫଳରେ ସେମାନଙ୍କ ବୋଟ୍ ଭାଷି ଭାଷି ବଙ୍ଗୋପସାଗରରେ ପଶି ଯାଇଥିଲେ । ବୋଟ୍ ଖରାପ ହେବା ପରେ ଆହୁଲା ମାରି ସମୁଦ୍ରରେ ଭାସୁଥିଲେ ଏହି ମତ୍ସ୍ୟଜୀବୀ ।

ପାଖରେ ଥିବା ଖାଦ୍ୟ ୮ ଦିନ ହେବ ଶେଷ ହୋଇଯାଇଥିଲା । ଏପରିକି ସମୁଦ୍ର ଭିତରେ ଦିଗ ନିର୍ଣ୍ଣୟ କରିବାରେ ବିଫଳ ହୋଇଥିଲେ । ଭୋକ ଉପାସରେ ସମୁଦ୍ର ମଝିରେ ଭାସୁଥିବା ବେଳେ ସେମାନଙ୍କୁ ଅସ୍ତରଙ୍ଗ ନିକଟରେ ପାରାଦୀପର ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ । ମେରାଇନ୍ ପୋଲିସ ସମସ୍ତ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଥାନାକୁ ଆଣିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ ସେମାନଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀଙ୍କ ଠାରୁ ୧୫ଟି ମୋବାଇଲ ଫୋନ୍ ଓ ବାଂଲାଦେଶୀ ନୋଟ୍ ସହ କାଗଜପତ୍ର ଯାଞ୍ଚ କରାଯାଉଛି ।

Comments are closed.