Latest Odisha News

BREAKING NEWS

କବିତା : ମାଲ୍ୟବନ୍ତରେ ଶୀତ

ବଳରାମ ପୂଜାରୀ

BjdElectrycity

ଥୁଡୁଥୁଡିଆ ଜାଡରେ ଥରୁଥିଲା ଶୀତ
ଅଗନି ଅଗନି ଅଗଣାରେ ଓହ୍ଲାଉଥିଲା ଶୀତ ,
କୋହଲା କାକର ବୁନ୍ଦାରେ ଭିଜୁଥିଲା ଶୀତ ,
ଅଳସୀ ଫୁଲ ଡାଳରେ ଝୁଲୁଥିଲା ଶୀତ
ଧାଂଗଡି ଅଣ୍ଟା ସୂତାରେ ଗୁନ୍ଥା ହୋଇଥିଲା ଶୀତ ,
ଧୂଂଗିଆ ପିକା ଧୂଆଁରେ ଉଷୁମ ଟାଣୁଥିଲା ଶୀତ
ଶିଆଡିପତ୍ରରୁ ଟପ୍ ଟପ୍ ଝରୁଥିଲା ଶୀତ,
‘ସତୀଗୁଡା’ ଜଳଭଣ୍ଡାରରେ ପହଁରୁ ଥିଲା ଶୀତ,
‘ଦେବ ଡଂଗର ‘ ରେ ଲେସି ହେଉଥିଲା ଶୀତ,
ମାଲ୍ୟବନ୍ତ ମଥାନରେ, ଚୁପ୍ ଚାପ୍ ଓହ୍ଲାଉଥିଲା ଶୀତ ।।

ମହୁଲ ଗଛରୁ ଫକ୍ ଫାକ୍ ଡେଉଁଥିଲା ଶୀତ,
‘ମାଣ୍ଡିଆଭଟ୍ଟା ‘ରୁ ମହ ମହ ମହକୁ ଥିଲା ଶୀତ
‘ଦେଉଳ ଡଂଗର ‘ରୁ ଓଜାଡି ହେଉଥିଲା ଶୀତ
ପରଜା ଧାଂଗଡି ର ଗଭା ଗଜରା ରୁ ଗଜୁରୁ ଥିଲା ଶୀତ ,
ପାଚିଲା ଧାନକ୍ଷେତରେ ଖେଳୁଥିଲା ଶୀତ ,
ଗାଁ ମୁହାଁ ଗାଈଗୋଠ ଧୂଳିରେ, ଉଡୁ ଥିଲା ଶୀତ
‘ସପ୍ତଧାରା ‘ସ୍ରୋତରେ ବହୁଥିଲା ଶୀତ ,
‘ଗୋବିନ୍ଦପଲ୍ଲୀ ‘ଆଡୁ ଧିରେ ଧିରେ ଧସେଇ ପଶୁଥିଲା ଶୀତ ,
‘ଖଇରପୁଟ’ ରୁ ବଣ୍ଡା ପର୍ବତ ଚଢୁଥିଲା ଶୀତ ,
‘ଆମାକୁଣ୍ଡ ‘ ଝରଣାରେ ଲମ୍ଫ ଦେଉଥିଲା ଶୀତ,
‘ମୟୁରଝୋଲା’ରେ ନାଚୁଥିଲା ଶୀତ,
‘ଦାମଲଦେଈ’ ମା’ଙ୍କୁ ମୁଣ୍ଡିଆ ମାରୁଥିଲା ଶୀତ,
‘କୁଡୁମୁଲୁଗୁମ୍ମା’ ବାଟେ ମୁହାଁଇଲା ଶୀତ
‘ପୁରୁଣାଗୁମ୍ମା ଭୈରବୀ’ କଂ ଆସ୍ଥାନରେ
ଘୁମାଉ ଥିଲା ଶୀତ ।।

ସଲଫ ଗଛ ଚାଉଁର ରେ ଝୁଲୁଥିଲା ଶୀତ
‘ରିଂଜୋଡି ‘ର ସାତସୁରେ ଗାଉଥିଲା ଶୀତ ,
‘ଚିତ୍ରକୋଣ୍ଡା ‘ଜଳଭଣ୍ଡାରକୁ ଛୁଉଁଥିଲା ଶୀତ
‘ଗୁରୁପ୍ରୀୟା ‘ନଈ ପଠାରେ ନାଚୁଥିଲା ଶୀତ ,
‘ବାଘ ପାହାଡ ‘ତୀଖରୁ ଲମ୍ଫ ଦେଉଥିଲା ଶୀତ ,
‘ବାଲିମେଳା ‘ବାଲିରେ ଖେଳୁଥିଲା ଶୀତ ,
‘କୋରକୋଣ୍ଡା ‘ଶୂଳିଆ ପାହାଡ ଚଢୁଥିଲା ଶୀତ,
‘କୋଣ୍ଡାକାମ୍ବେରୁ ‘ପର୍ବତ ସନ୍ଧିରୁ ଆଶୀର୍ବାଦ ଢାଳୁଥିଲା ଶୀତ ।

ସୁନେଲି ସୁଆଁ ଫୁଲରେ ଝୁମୁଥିଲା ଶୀତ
ଧାନ ଭାରାରେ ଝୁଲି ଝୁଲି ଆସୁଥିଲା ଶୀତ
ଦୂର ଖମାଣ ରୁ ଖିଲି ଖିଲି ହସୁଥିଲା ଶୀତ
ଧାଂଗଡି ଦେହରୁ ଉଷୁମ ଖୋଜୁଥିଲା ଶୀତ ,
ନିଆଁ ଉମ୍ହେଇର କାଠିକୁଟାରେ ଜଳୁଥିଲା ଶୀତ,
ଗାଁ ମୁହାଁ ହେଉଥିଲେ, ଯୁଆନ ଯୁଆନ ଧାଂଗଡି ଶୀତ ।।

ମୁଠାଏ ମମତାରେ ମହକୁଥିଲା ଶୀତ,
ଶୁଭ ଶଙ୍ଖନାଦରେ ଆବାହନ ହେଉଥିଲା ଶୀତ,
ପବିତ୍ର ଭୂମିକୁ ସ୍ପର୍ଶ କରୁଥିଲା ଶୀତ,
ଆଦି ଦେବତାଙ୍କୁ ପ୍ରଣାମ କରୁଥିଲା ଶୀତ,
‘ଢେମସା ‘ ତାଳେ ତାଳେ ଝୁମୁ ଥିଲା ଶୀତ,
ମାଲକାନଗିରି ମାଟି କୁ ଚୁମୁଥୁଲା ଶୀତ,
ସ୍ୱାଗତ ଗୋ ଶୀତସ୍ନାତା ,ସ୍ୱାଗତ ସ୍ୱାଗତ!!
ଅଭିମନ୍ତ୍ରିତ ଶ୍ଳୋକଟିଏ , ପାଲଟିଯାଉ,
“ମାଲ୍ୟବନ୍ତ ରେ ଶୀତ” ।

କୁଡୁମୁଲୁଗୁମ୍ମା
ମାଲକାନଗିରି
୯୬୬୮୬୮୮୪୭

Leave A Reply

Your email address will not be published.