Latest Odisha News

ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧୪ ଟି ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମୋଡରେ ୧୪ ଟି ସାଇବର ଥାନାର ଉଦଘାଟନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବଢିବାରେ ଲାଗିଛି ।

ଆଖି ପିଛୁଳାକେ ସାଇବର ଅପରାଧି ମାନେ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ଏହା ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଭୁବନେଶ୍ୱର ଇମ୍ପୋଭ୍ୟାଲି ଓ ପାହାଳରେ ନୂଆ ଥାନା ଖୋଲିଥିବା ବେଳେ , କଟକ ବୟାଳିଶି ମଉଜା ଥାନା ଅଧିନରେ ଏକ ନୂଆ ଥାନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଦଘାଟିତ ହୋଇଥିବା ଥାନାରେ ତାଲିମ ପ୍ରାପ୍ତ ପୋଲିସ କର୍ମଚାରୀ ଓ ଟେକ୍ନିକାଲ ଏକ୍ସପର୍ଟମାନେ ରହିବେ । ସେମାନଙ୍କୁ ଉନ୍ନତ ମାନର ସପ୍ଟୱର ଯୋଗାଯିବ ।ଯାହାଦ୍ୱାରା ସାଇବର ଅପରାଧ ରୋକିବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାଦ୍ୱାରା ପୋଲିସ ବାହିନୀର ଶକ୍ତି ମଧ୍ୟ ବୃଦ୍ଧି ପାଇବ ।ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି ଅପରେସନ୍ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫T କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.