ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନ-୧ର କନିଷ୍ଠ କିରାଣୀ ଏଲ୍. କାମାରାଜୁ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ଆଙ୍କୁଲିରେ ଦୁଇ ମହଲା କୋଠାରେ ରେଡ୍ ଚାଲିଛି ।
ସେହିପରି ଆଙ୍କୁଲିରେ ଅନ୍ୟ ତିନିଟି ସ୍ଥାନ ସମେତ ଆର୍ ଆଣ୍ଡ ବି ଡିଭିଜନ୍-୧ର ସରକାରୀ ଅଫିସରେ ବି ଚଢ଼ାଉ ଚାଲିଛି । ଭିଜିଲାନ୍ସର ଦୁଇ ଜଣ ଡିଏସପିଙ୍କ ନେତୃତ୍ୱରେ ୫ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ରେଡରେ ସାମିଲ ଅଛନ୍ତି ।
2 DSPs , 5 Inspectors and other staff conducting search on the strength of search warrants issued by Hon’ble Special Judge Vigilance, Berhampur. Search is in progress.
— Odisha Vigilance (@OdishaVigilance) December 30, 2021
Comments are closed.