ପୁରୀ : ନୂଆ କରି ଦାୟିତ୍ୱ ନେବା ପରେ ପୋଲିସ ଡିଜିପି ସୁନୀଲ ବଂଶଲ ପୁରୀରେ ପହଁଞ୍ଚିଛନ୍ତି । ବଂଶଲ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ ବଂଶଲ ।
ଯେହେତୁ ନୂଆ ବର୍ଷ ପାଇଁ ଭିଡ ଆଶଙ୍କାରେ ଶ୍ରୀମନ୍ଦିର ୩୧ ଓ ୧ ତାରିଖ ଦୁଇ ଦିନ ବନ୍ଦ ଥିଲା । ନୂଆ କରି ଦାୟିତ୍ୱ ନେବା ପରେ ବଂଶଲ ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି । ସାଥିରେ ମଧ୍ୟ ଡିଜିପିଙ୍କ ପତ୍ନୀ ମଧ୍ୟ ଶ୍ରୀମନ୍ଦିର ଯାଇଛନ୍ତି ।
Comments are closed.