Latest Odisha News

ମାଡୁଛି କରୋନା: ମେଡିକାଲ କଲେଜର ୧୦୦ ଛାତ୍ରଛାତ୍ରୀ ପଜିଟିଭ୍

ଚଣ୍ଡୀଗଡ଼: ଓମିକ୍ରନ୍ କେସ୍ ପରେ ଦେଶରେ କରୋନା ସଂକ୍ରମଣ ଅଚାନକ ଉପରମୁହାଁ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ମେଡିକାଲ କଲେଜରେ ପଶିଲାଣି କରୋନା । ପଞ୍ଜାବର ପଟିଆଲାରେ ଥିବା ସରକାରୀ ମେଡିକାଲ୍ କଲେଜରେ ଶହେ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏକାଥରକେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ପରେ ପୁଣି ଥର ସଂକ୍ରମଣ ଚିନ୍ତା ବଢ଼ାଇଛି ।

ମେଡିକାଲ୍ କଲେଜରୁ ସଂକ୍ରମିତ ଚିହ୍ନଟ ପରେ କର୍ତ୍ତୃପକ୍ଷ ଜରୁରିକାଳୀନ ବୈଠକରେ ଆଲୋଚନା କରିଛନ୍ତି । ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ସପ୍ତାହରେ ପଟିଆଲାରେ ଥିବା ଥାପର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲଜିର ୯୩ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିଲେ ।

Comments are closed.