Latest Odisha News

BREAKING NEWS

ଓଡ଼ିଶାରେ କରୋନାର ଲମ୍ବା ଡିଆଁ: ଏକାଥରକେ ୬୮୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାରିଛି ଲମ୍ବା ଲମ୍ଫ । ଏକାଥରକ ସଂକ୍ରମିତଙ୍କ ସଂଖ୍ୟା ୬୦୦ ପାର । ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୦ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ଶହ ବଢ଼ିଛି । ଆଜି ୧୮ ବର୍ଷ ଭିତରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮୩ଟି ।

୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୬୯, କଟକରୁ ୫୯, ସମ୍ୱଲପୁରରୁ ୪୨, ବାଲେଶ୍ୱରରୁ ୩୪, ଝାରସୁଗୁଡ଼ାରୁ ୨୫, ପୁରୀରୁ ୧୫, ବରଗଡ଼ରୁ ୧୪, ନବରଙ୍ଗପୁରରୁ ୧୩, ଗଞ୍ଜାମରୁ ଆଉ ୧୨ ଜଣ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୬ହଜାର ୬୬୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୫ହଜାର ୨୫୫ ଆକ୍ରାନ୍ତ । ଏବେ ରାଜ୍ୟରେ ୨୮ଶହ ୮୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.