Latest Odisha News

ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା

ବ୍ରହ୍ମପୁର: ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏଥିପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ‘ନିର୍ଭୟା କଢି’ ଯୋଜନାର ସଠିକ୍ କାର୍ଯ୍ୟକାରିତା ପାଇଁ ତୃଣମୂଳ ସ୍ତରରୁ କମିଟି ଗଠନ କରାଯାଇଥିଲା । ଫଳରେ ଏହି ଯୋଜନା କାର୍ଯ୍ୟକାରୀ ପରେ ଜିଲ୍ଲାରେ ୨୦୧୯ରେ ୪୫ଟି ବାଲ୍ୟ ବିବାହକୁ ରୋକାଯାଇଥିଲା ।

୨୦୨୦ରେ ୨୨୮ଟି ଓ ୨୦୨୧ରେ ୨୦୧ଟି ବାଲ୍ୟ ବିବାହ ରୋକାଯାଇଛି । ବର୍ତମାନ ଜିଲ୍ଲାର ୩ହଜାର ୩୦୯ଟି ଗାଁ, ସହରାଂଚଳର ୨୮୦ଟି ୱାର୍ଡ଼ ଓ ୫୦୩ଟି ପଂଚାୟତକୁ ବାଲ୍ୟ ବିବାହ ମୁକ୍ତ ଭାବେ ଘୋଷଣା କରାଯାଇଛି । ଆଗାମୀ ଦିନରେ ଉକ୍ତ ନାବାଳିକାଙ୍କୁ ବୃତିଗତ ପରାମର୍ଶ ଦିଆଯିବ ।

ସେହିପରି ବାଲ୍ୟବିବାହ ନେଇ ପ୍ରଥମ ସୂଚନାକାରୀଙ୍କୁ ଏଣିକି ୫ ହଜାର ଟଙ୍କା ବଦଳରେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Comments are closed.